ଦର୍ଶନ:
ସରଳ ଓ ଅର୍ଥପୂର୍ଣ୍ଣ ନବ ଓଡ଼ିଆ ବାଇବଲ ଦ୍ଵାରା ଲକ୍ଷ ଲକ୍ଷ ଓଡ଼ିଆ ଭାଷାବାଦୀଙ୍କର ମୁକ୍ତି ଓ ଜୀବନ ପରିବର୍ତ୍ତନ
କାର୍ଯ୍ୟ:
ଈଶ୍ଵରଙ୍କ ଜୀବନ୍ତ ବାକ୍ୟ (ବାଇବଲ)କୁ ସଠିକ ଓ ସ୍ପଷ୍ଟ ଭାବରେ, ପ୍ରଚଳିତ ସରଳ ଓଡ଼ିଆ ଭାଷାରେ ଅନୁବାଦ କରିବା, ଯେପରି ତାହା ପାଠ କରି ବା ଶୁଣି, ଏପରିକି ବିଶେଷ ପାଠ ପଢ଼ି ନ ଥିବା
, ସୁସମାଚାର ଶୁଣି ନ ଥିବା କିମ୍ବା ଖ୍ରୀଷ୍ଟ ବିଶ୍ଵାସୀମାନଙ୍କ ସହଭାଗିତାକୁ ଯାଇ ନ ଥିବା ଲୋକମାନେ ମଧ୍ୟ ବୁଝି ପାରିବେ।
ଘୋଷଣା:
ଆମ୍ଭେମାନେ ସ୍ୱୀକାର କରୁଅଛୁ ଯେ, କୌଣସି ବାଇବଲ ଅନୁବାଦ ନିର୍ଭୁଲ କିମ୍ବା ଅନ୍ତିମ ନୁହେଁ; କିନ୍ତୁ, ଆମ୍ଭେମାନେ ଜାଣୁ ଯେ, ଈଶ୍ୱର ନିଜର ସମ୍ମାନ ଓ ଗୌରବ ନିମନ୍ତେ ଏପରି ବିଷୟଗୁଡ଼ିକୁ ମଧ୍ୟ ବ୍ୟବହାର କରିଥାଆନ୍ତି, ଯେଉଁଗୁଡ଼ିକ ଦୁବର୍ଳ ଅଟେ ଓ ସିଦ୍ଧ ନୁେହଁ। ଏଠାରେ ଆମ୍ଭେମାନେ କହିରଖୁଅଛୁ ଯେ, ଓଡ଼ିଆ ଭାଷାର ପରିବର୍ତ୍ତନ ଘଟୁଥିବା ବିଷୟଗୁଡ଼ିକ ଅନୁସାରେ, ଅନୁବାଦ କରାଯାଇଥିବା ଶାସ୍ତ୍ରାଂଶଗୁଡ଼ିକୁ ଆବଶ୍ୟକ ଅନୁସାରେ ସଂଶୋଧନ କରି ଉତ୍ତମମାନର ଅନୁବାଦ କରିବାକୁ ନବ ବାଇବଲ ଅନୁବାଦ ଦଳ ସବର୍ଦା ଚେଷ୍ଟା କରୁଅଛି। ଅନୁବାଦକ, ଅନୁବାଦ ପରାମଶର୍ଦାତା, ଲେଖା ପାଠକ ବା ସମୀକ୍ଷକ ଇତ୍ୟାଦି ବ୍ୟକ୍ତିବିଶଷଙ୍କ ନାମ TILL-NOBO କାର୍ଯ୍ୟାଳୟର ଅଭିେଲଖାଗାରରେ ଉପଲବ୍ଧ ଅଟେ।
ନବ ଲୂକ ସୁସମାଚାର “ଆଦର୍ଶ ମନୁଷ୍ୟ” ପ୍ରକାଶ ପାଇଅଛି
Verse of the day
ତୁମ୍ଭେମାନେ ସତର୍କ ହୋଇ ରୁହ! କାରଣ’ ତୁମ୍ଭମାନଙ୍କର ଶତ୍ରୁ ଶୟତାନ ସିଂହ ପରି ଗର୍ଜନ କରି କାହାକୁ ଗ୍ରାସକରିବ ଏହା ଖୋଜି ବୁଲୁଅଛି, ତେଣୁ ସଚେତନ ହୋଇ ରୁହ। ତୁମ୍ଭେମାନେ ପ୍ରଭୁଙ୍କଠାରେ ବିଶ୍ୱାସରେ ସ୍ଥିର ହୋଇ ରୁହ ଓ ଶୟତାନକୁ ପ୍ରତିରୋଧ କର। ଏହା ଜାଣିରଖ ଯେ, ସାରା ପୃଥିବୀରେ ତୁମ୍ଭମାନଙ୍କର ଖ୍ରୀଷ୍ଟ ବିଶ୍ୱାସୀ ଭାଇ ଓ ଭଉଣୀମାନେ ମଧ୍ୟ ଏହି ପ୍ରକାରର ଦୁଃଖ କ୍ଲେଶ ମଧ୍ୟ ଦେଇ ଯାଉଛନ୍ତି।
ପିତରଙ୍କ ପ୍ରଥମ ପତ୍ର 5:8