ନିର୍ମାଣାଧୀନ

ନୂତନ ଭାବରେ ଏକ ଯଥା ସମ୍ଭବ ସରଳ, ନିର୍ଭୁଲ ତଥା ପ୍ରାକୃତିକ ଓଡ଼ିଆ ଭାଷାର ବାଇବଲ୍ ଅନୁବାଦ ପ୍ରସ୍ତୁତ କରାଯାଉଅଛି। ଏହା ବର୍ତ୍ତମାନ ନିର୍ମାଣାଧୀନ ଅବସ୍ଥାରେ ଅଛି। ଏଠାରେ ନବ ବାଇବଲ ସମ୍ବନ୍ଧରେ ସଂକ୍ଷିପ୍ତ ସୂଚନା ଦିଆଯାଇଅଛି।

ନବ ବାଇବଲ ଅନୁବାଦର ପରିଚୟ

. ପାଠକଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ସୂଚନା (Important information for Readers)

ବାଇବଲର ପୁରାତନ ନିୟମ ପ୍ରଥମେ ହିବ୍ରୁ ଭାଷାରେ ଲେଖାଯାଇଥିଲା ନୂତନ ନିୟମ ଗ୍ରୀକ୍ ଭାଷାରେ ଲେଖାଯାଇଥିଲା ବାଇବଲରେ ବର୍ଣ୍ଣନା କାରାଯାଇଥିବା ଘଟଣାଗୁଡ଼ିକ, ସଂସ୍କୃତି, ସ୍ଥାନ ଇତ୍ୟାଦି ବିଷୟରେ ଯିହୁଦୀ ଲୋକମାନେ ସୁପରିଚିତ ଥିବାରୁ ସେମାନେ ବାଇବଲର ସମ୍ବାଦ ସହଜରେ ବୁଝିପାରୁଥିଲେ କିନ୍ତୁ ଆମ୍ଭେମାନେ ସେସବୁ ବିଷୟରେ ପରିଚିତ ଥିବାରୁ, ସେଗୁଡ଼ିକୁ ବୁଝିବା ଆମ୍ଭମାନଙ୍କ ପାଇଁ କଷ୍ଟକର ହୋଇଥାଏ ଏହି କାରଣରୁ, ଲୋକମାନେ ଯେପରି ବାଇବଲକୁ ପଢ଼ି ଶୁଣି ତାହା ସ୍ପଷ୍ଟ ଭାବରେ ବୁଝିପାରିବେ, ସେଥିପାଇଁ ନବ ବାଇବଲକୁ ନିମ୍ନ ଭାବରେ ଅନୁବାଦ କରାଯାଇଛି ଏଥିରେ ବାଇବଲର ମୂଳ ସମ୍ବାଦକୁ ବଦଳାଯାଇନାହିଁ ବା ସେଥିରେ କିଛି ଭିନ୍ନ ଅର୍ଥ ଯୋଗ କରାଯାଇନାହିଁ ବାଇବଲରେ ଥିବା କିଛି କଷ୍ଟ ଶବ୍ଦ ବା ବିଷୟଗୁଡ଼ିକରେ ଅଧିକ ସୂଚନା ଦେଇ ସ୍ପଷ୍ଟ କରାଯାଇଛି, ଯାହାଦ୍ୱାରା ଲୋକମାନେ ସେଥିରେ ଥିବା ସମ୍ବାଦ ଠିକ୍‍ଭାବରେ ବୁଝିପାରିବେ

ସାଧାରଣତଃ, ବାଇବଲକୁ ଦୁଇଟି ପ୍ରଣାଳୀରେ ଅନୁବାଦ କରାଯାଏ, ଯଥା: ଆକ୍ଷରିକ ଅନୁବାଦ ଅର୍ଥପୂର୍ଣ୍ଣ ଅନୁବାଦ ଆକ୍ଷରିକ ଅନୁବାଦରେ, ମୂଳ ଭାଷାରେ ଲେଖା ହୋଇଥିବା ପଦର ଆକ୍ଷରିକ ଅର୍ଥକୁ ରଖି ଅନୁବାଦ କରାଯାଏ, ପୁଣି ମୂଳ ଭାଷାର ବାକ୍ୟ ତଥା ବାକ୍ୟର ଗଠନକୁ ଯଥାସମ୍ଭବ ସମାନ ରଖାଯାଏ କିନ୍ତୁ ଅର୍ଥପୂର୍ଣ୍ଣ ଅନୁବାଦରେ, ମୂଳ ଭାଷାରେ ଲେଖା ହୋଇଥିବା ପଦ ତଥା ବାକ୍ୟର ମୂଳ ସମ୍ବାଦ ଲେଖକ କେଉଁ ଅର୍ଥରେ ଲେଖିଛନ୍ତି ତାହାର ପ୍ରକୃତ ଭାବକୁ ରଖି ଅନୁବାଦ କରାଯାଇଥାଏ ଏହି ନବ ବାଇବଲ (NOBO - New Outreach Bible in Odia) ଏକ ଅର୍ଥପୂର୍ଣ୍ଣ ଅନୁବାଦ ଅଟେ ଓଡ଼ିଆ କହି ପାରୁଥିବା ପଢ଼ି ପାରୁଥିବା ଲୋକମାନେ ଯେପରି ଈଶ୍ଵରଙ୍କ ଜୀବନ୍ତ ବାକ୍ୟ (ବାଇବଲ)କୁ ସହଜରେ ବୁଝିପାରିବେ, ସେଥିପାଇଁ ବାଇବଲକୁ ସଠିକ ସ୍ପଷ୍ଟ ଭାବରେ, ପ୍ରଚଳିତ ସରଳ ଓଡ଼ିଆ ଭାଷାରେ ଅନୁବାଦ କରାଯାଇଛି ଏଥିରେ ଚରୋଟି ବିଷୟ ଉପରେ ଧ୍ୟାନ ଦିଆଯାଇଛି, ଯଥା:

. ସ୍ପଷ୍ଟତା: ମୂଳ ହିବ୍ରୁ ଗ୍ରୀକ୍‍ଭାଷାର ଲେଖାରେ ଥିବା ଶବ୍ଦ, ପଦ, ନାମ, ସ୍ଥାନ, ବ୍ୟକ୍ତି ବିଶେଷ ଇତ୍ୟାଦି ବିଷୟରେ ସ୍ପଷ୍ଟ ସୂଚନା ଦେଇ ଏହି ନବ ବାଇବଲକୁ ପ୍ରାଞ୍ଜଳ ସରଳ ଭାବରେ ଅନୁବାଦ କରାଯାଇଛି, ଯାହାଦ୍ୱାରା ମୂଳ ଭାଷାର ପାଠକ ଶ୍ରୋତାମାନେ ମୂଳ ଲେଖାକୁ ଯେପରି ସ୍ପଷ୍ଟ ଭାବରେ ବୁଝିପାରୁଥିଲେ, ଏହି ଅନୁବାଦର ପାଠକ ଶ୍ରୋତାମାନେ ମଧ୍ୟ ସେପରି ସହଜରେ ସ୍ପଷ୍ଟ ଭାବରେ ବୁଝିପାରିବେ

. ସଠିକତା: ମୂଳ ହିବ୍ରୁ ଗ୍ରୀକ୍‍ଭାଷାର ଲେଖାରେ ଥିବା ଶବ୍ଦ, ପଦ ବାକ୍ୟଗୁଡ଼ିକର ସଠିକ ଅର୍ଥ, ସଠିକ ସୂଚନା, ମୂଳ ସମ୍ବାଦ, ଲେଖକଙ୍କର ପ୍ରକୃତ ଭାବ ଇତ୍ୟାଦି ବିଷୟରେ ଗୁରୁତ୍ୱ ଦେଇ ଏହି ନବ ବାଇବଲକୁ ନିର୍ଭୁଲ ଭାବରେ ଅନୁବାଦ କରାଯାଇଛି, ଯାହାଦ୍ୱାରା ମୂଳ ଭାଷାର ପାଠକ ଶ୍ରୋତାମାନଙ୍କ ପାଇଁ ମୂଳ ଲେଖାରୁ ଯେପରି ସଠିକ ସୂଚନା ସମ୍ବାଦ ପ୍ରକାଶ ପାଉଥିଲା, ଏହି ଅନୁବାଦର ପାଠକ ଶ୍ରୋତାମାନଙ୍କ ପାଇଁ ମଧ୍ୟ ଠିକ ସେପରି ନିର୍ଭୁଲ ସଠିକ ସୂଚନା ପ୍ରକାଶ ପାଇପାରିବେ

. ସ୍ୱାଭାବିକତା ବା ଭାଷାର ପ୍ରାକୃତିକତା: ମୂଳ ହିବ୍ରୁ ଗ୍ରୀକ୍‍ଭାଷାର ଲେଖାରେ ଥିବା ଶବ୍ଦ, ପଦ, ବାକ୍ୟ, ବ୍ୟାକରଣ ଇତ୍ୟାଦି ଯପରି ସେହି ଭାଷା ବ୍ୟବହାର କରୁଥିବା ସ୍ଥାନୀୟ ଲୋକାମାନଙ୍କ ପାଇଁ ସ୍ୱାଭାବିକ ଭାଷା ଶୈଳୀରେ ଥିଲା, ଏହି ନବ ବାଇବଲର ପାଠକମାନଙ୍କ ପାଁଇ ମଧ୍ୟ ସେପରି ବର୍ତ୍ତମାନ ପ୍ରଚଳିତ ଓଡ଼ିଆ ଭାଷା ଶୈଳୀ, ବ୍ୟାକରଣ, ଇତ୍ୟାଦି ବ୍ୟବହାର କରି ଏହି ଅନୁବାଦ କରାଯାଇଅଛି. ଏଠାରେ କଠିନ ଶବ୍ଦ ବା ଭିର୍ନ୍ନ ଭାଷାର ଶୈଳୀ ବ୍ୟବହାର କରି, ଲୋକମାନେ ସାଧାରଣ ଭାବରେ ବ୍ୟବହାର କରୁଥିବା ଓଡ଼ିଆ ଭାଷା ଶୈଳୀକୁ ବ୍ୟବହାର କରାଯାଇଛି, ଯେପରି ଏହି ଅନୁବାଦକୁ ପାଠକଲେ, ତାହା ଅସ୍ୱାଭାବିକ ବା ଅପ୍ରାକୃତିକ ଭାଷା ପରି ଲାଗିବ ନାହିଁ

. ଗ୍ରହଣୀୟତା: ଏହି ନବ ବାଇବଲ ଓଡ଼ିଆ ଭାଷା କହୁଥିବା ଲୋକମାନଙ୍କ ପାଇଁ ଅନୁବାଦ କରାଯାଇଛି ଏହି ଅନୁବାଦ କାର୍ଯ୍ୟରେ ଓଡିଶାର ଅନେକ ପାଳକ, ପ୍ରଚାରକ ଖ୍ରୀଷ୍ଟ ବିଶ୍ଵାସୀମାନେ ଜଡ଼ିତ ହୋଇଅଛନ୍ତି ସେମାନେ ସବୁ କ୍ଷେତ୍ରରେ ପ୍ରାର୍ଥନାର ସହିତ ନିଜର ମତାମତ, ପରାମର୍ଶ, ସଂଶୋଧନ, ସାହାଯ୍ୟ ସହଯୋଗ ଦେଇଅଛନ୍ତି ପୁଣି, ବିଶେଷ ପାଠ ପଢ଼ି ଥିବା, ସୁସମାଚାର ଶୁଣି ଥିବା କିମ୍ବା ଖ୍ରୀଷ୍ଟ ବିଶ୍ଵାସୀମାନଙ୍କ ସହଭାଗିତାକୁ ଯାଇ ଥିବା ଲୋକମାନେ ଏହି ଅନୁବାଦକୁ ବୁଝି ପାରୁଛନ୍ତି କି ନାହିଁ, ତାହା ମଧ୍ୟ ପରୀକ୍ଷା ନିରୀକ୍ଷା କରାଯାଇଅଛି

ଖ. ଏହି ନବ ବାଇବଲ ଅନୁବାଦ ବିଷୟରେ ଆଉ କିଛି ଗୁରୁତ୍ଵପୂର୍ଣ୍ଣ ସୂଚନା (Some other important information about NOBO Bible Translation)

ଏହି ନବ ବାଇବଲ ଅନୁବାଦ କରିବା ସମୟରେ, ଇଂରାଜୀ ଭାଷାର ବିଭିନ୍ନ ଆକ୍ଷରିକ ଓ ଅର୍ଥପୂର୍ଣ୍ଣ ଅନୁବାଦଗୁଡ଼ିକୁ ଦୃଷ୍ଟିରେ ରଖି ଅନୁବାଦ କରାଯାଇଛି ସେଗୁଡ଼ିକ ହେଉଛି: English Standard Version (ESV, 2016), New Revised Standard Version (NRSV, 1989), King James Version (KJV, 1954), New International Version (NIV, 2011), Good News Translation (GNT, 1994), New Living Translation (NLT, 2007), New English Translation (NET, 2009), Today's English Version (TEV, 1992), Contemporary English Version (CEV, 2012), Christian Standard Bible (CSB), Amplified Bible (AMP)

ଏହା ସହିତ, ଏହି ନବ ବାଇବଲ ଅନୁବାଦ କାର୍ଯ୍ୟରେ ଅନ୍ୟାନ୍ୟ ଅନେକ ସାହାଯ୍ୟକାରୀ ଉତ୍ସ ବ୍ୟବହାର କରାଯାଇଛି, ଯଥା: ୟୁନାଇଟେଡ୍ ବାଇବଲ ସୋସାଇଟି ହାଣ୍ଡବୁକ୍ ସିରିଜ୍ (UBS Handbook Series, 1971); ଟ୍ରାନ୍ସଲେସନ୍‍ ଫର୍‍ ଟ୍ରାନ୍ସଲେଟରସ୍ (T4T - Translation for Translators); ନୋଟ୍‍ସ୍‍ ଫର୍‍ ଟ୍ରାନ୍ସଲେଟର୍‍ସ୍‍ ସିରିଜ୍, ଜାନୁୟାରୀ ୨୦୧୬ (TNN - Notes for Translator's Notes Series, January 2016); ଡିସ୍‍ପ୍ଲେ ଫର୍‍ ଟ୍ରାନ୍ସଲେଟର୍‍ସ୍‍ନୋଟ୍‍ସ୍‍ ସିରିଜ୍, ଜୁଲାଇ ୨୦୧୩ (TND - Display for Translator’s Notes Series, July 2013); ଇସା୩ - ଇଣ୍ଟର୍‍ଲିନିଅର୍‍ ସ୍କ୍ରିପ୍ଚର୍‍ ଆନାଲାଇଜର୍‍, ୨୦୧୫ (ISA3 - Interlinear Scripture Analyser, 2015); କୋଇନେ ଗ୍ରୀକ୍‍ ଇଣ୍ଟର୍‍ଲିନିଅର୍‍ ନ୍ୟୁ ଟେଷ୍ଟାମେଣ୍ଟ୍, ୨୦୧୫ (Koine Greek Interlinear New Testament, 2015); ଜିସିଏନ – ଗୋବାଲ୍‍ କନ୍ସଲଟାଣ୍ଟ ନୋଟ୍ (GCN - Global Consultant Note); ଫ୍ରୀ ବାଇବଲ କମେଣ୍ଟାରୀ (Free Bible Commentary, 2019); ପି.ସି. ଷ୍ଟଡୀ ବାଇବଲ (P.C. Study Bible - Version 5, 2007); ଇଜି ଇଙ୍ଗଲିସ୍ ବାଇବଲ କମେଣ୍ଟାରୀ (Easy English Bible, Commentaries, 2019) ଇତ୍ୟାଦି

ପୁଣି, ବର୍ତ୍ତମାନ ସୁଦ୍ଧା ଓଡ଼ିଆ ଭାଷାରେ ଛପାଯାଇଥିବା ଭିନ୍ନ ଭିନ୍ନ ଅନୁବାଦର ବାଇବଲକୁ ଦୃଷ୍ଟିରେ ରଖି ଅର୍ଥପୂର୍ଣ୍ଣ ସରଳ ଅନୁବାଦ କରାଯାଇଛି ସେଗୁଡ଼ିକ ହେଉଛି: Bible Society of India ଦ୍ୱାରା ଛପାଯାଇଥିବା ପବିତ୍ର ବାଇବଲ, ପବିତ୍ର ବାଇବଲ (ସରଳ ଭାଷାନ୍ତର), International Bible Society India ଦ୍ୱାରା ୧୯୯୮ରେ ଛପାଯାଇଥିବା ନୂତନ ଓଡ଼ିଆ ବାଇବଲ, World Bible Translation Center (WBTC) ଦ୍ୱାରା ୨୦୦୭ରେ ଛପାଯାଇଥିବା Easy to Read Version - ପବିତ୍ର ବାଇବଲ ଓ Living Literature Center ଦ୍ୱାରା ୧୯୮୬ରେ ଛପାଯାଇଥିବା ନୂତନ ନିୟମ, ଦ୍ୱିତୀୟ ଭାଗ ଭାବାନୁବାଦ ଏହା ସହିତ ହିନ୍ଦୀ ଭାଷାରେ ଛପାଯାଇଥିବା ଭିନ୍ନ ଭିନ୍ନ ଅନୁବାଦର ବାଇବଲକୁ ମଧ୍ୟ ବ୍ୟବହାର କରାଯାଇଛି ସେଗୁଡ଼ିକ ହେଉଛି: Bible Society of India ଦ୍ୱାରା ଛପାଯାଇଥିବା Hindi OV (Re-Edited) Bible ପବିତ୍ର ବାଇବଲ, Hindi Pavitra Bible Indian Revised Version (IRV) Hindi - 2019 ଇତ୍ୟାଦି

ଏହା ସହିତ, ବର୍ତ୍ତମାନ ଓଡ଼ିଆ ଭାଷାରେ ବର୍ତ୍ତମାନ ଉପଲବ୍ଧ ଥିବା ଭିନ୍ନ ଭିନ୍ନ ପୁସ୍ତକ, ଯଥା: ଅଧ୍ୟୟନ ବାଇବଲ, ବାଇବଲ କମେଣ୍ଟାରୀ, ବାଇବଲ ଶବ୍ଦକୋଷ, ପ୍ରସଙ୍ଗ ଆଧାରିତ ବାଇବଲ ଇତ୍ୟାଦି ଏହି ନବ ବାଇବଲ ଅନୁବାଦ କାର୍ଯ୍ୟରେ ବ୍ୟବହାର କରାଯାଇଛି ପୁଣି ଏହି ନବ ବାଇବଲ ଅନୁବାଦ ନିମନ୍ତେ ଅନ୍ୟାନ୍ୟ ଉତ୍ସରୁ ତଥ୍ୟ ସଂଗ୍ରହ କରାଯାଇଛି, ସେଗୁଡ଼ିକ ହେଉଛି: ନିଉ ବାଇବଲ କମେଣ୍ଟାରୀ, ୨୦୦୦ (New Bible Commentary, 2000); ନିଉ ବାଇବଲ ଡିକ୍‍ସନାରୀ, ୨୦୦୦ (New Bible Dictionary, 2000); ବାଇବଲ ସାଥି - ଓଡ଼ିଆ ବାଇବଲର ବ୍ୟାଖ୍ୟାମୂଳକ ଶବ୍ଦକୋଷ, ୨୦୧୦ (Bible Saathi - Odia Bible Dictionary, 2010); ସାଉଥ୍ ଏସିଆ ବାଇବଲ କମେଣ୍ଟାରୀ, ୨୦୧୫ (South Asia Bible Commentary, 2015); ଇଏସଭି ଗୋବାଲ୍‍ ଷ୍ଟଡୀ ବାଇବଲ, ୨୦୧୨ (ESV Global Study Bible, 2012); ସମ୍ପୂର୍ଣ୍ଣ ଅଧ୍ୟୟନ ବାଇବଲ, ୨୦୧୧ (Full Study Bible Odia-BSI, 2011); ସମ୍ପୂର୍ଣ୍ଣ ଜୀବନ ଅଧ୍ୟୟନ ବାଇବଲ, ୨୦୧୯ (The Full Life Study Bible-Life Publisher International, 2019); ଦ ଲିଡର୍‌ଶିପ୍ ବାଇବଲ, ୧୯୯୮ (The Leadership Bible, NIV, 1998); ଦ ୱେଫାଇଡିଙ୍ଗ୍ ବାଇବଲ, ୨୦୧୩ (The Wayfinding Bible, NLT, 2013) ଇତ୍ୟାଦି

ଏହି ନବ ବାଇବଲ ଅନୁବାଦକୁ ମୁଖ୍ୟତଃ ପାରାଟେକ୍ସ୍‍ଟ୍ - ୮ ଓ ୯ ସଫ୍ଟୱେର୍‍ (Paratext - 8 & 9), ଲୋଗସ୍ ବାଇବଲ ସଫ୍ଟୱେର୍‍ - ୭ (Logos Bible Software - 7) ତଥା ଟ୍ରାନ୍ସଲେଟର୍‍ସ୍ ୱାର୍କପ୍ଲେସ୍‍ (Translator’s Workplace) ଇତ୍ୟାଦି ସଫ୍ଟୱେର୍‍ ବ୍ୟବହାର କରି କରାଯାଇଛି

ଗ. ଏହି ନବ ବାଇବଲ ଅନୁବାଦକୁ ବ୍ୟବହାର କରିବା ବିଷୟରେ କିଛି ସୂଚନା (Some information about using this NOBO Bible Translation)

 ପାଠକମାନେ ଏହି ନବ ବାଇବଲକୁ ପଢ଼ି ସରଳ ସ୍ପଷ୍ଟ ଭାବରେ ବୁଝିବା ପାଇଁ ତଳେ ଦିଆଯାଇଥିବା ବିଷୟଗୁଡ଼ିକୁ ଧ୍ୟାନ ଦିଆଯାଇଛି, ଯଥା:

. ଅଧିକ ସୂଚନା ପୃଷ୍ଠାର ପାଦଟୀକାରେ (footnote) ଦିଆଯାଇଛି: କେତେକ କଠିନ ବା ଅପରିଚିତ ଶବ୍ଦ, ପଦ, ବାକ୍ୟାଂଶ ଲେଖାର ଅର୍ଥ ବା ତାହା ବିଷୟରେ ଅଧିକ ସୂଚନା ସେହି ପୃଷ୍ଠାର ପାଦଟୀକାରେ ଦିଆଯାଇଛି ତାହାର ଡାହାଣ ପଟେ ଟିକିଏ ଉପରକୁ ଏକ ଚିହ୍ନ ଅଛି, ଯେଉଁ ଚିହ୍ନ ସେହି ପୃଷ୍ଠାର ତଳେ ଦିଆଯାଇଛି ପୁଣି, ସେହି ଚିହ୍ନ ପାଖରେ ଲେଖାଯାଇଥିବା ପାଦଟୀକାରେ ସେହି କଠିନ ବା ଅପରିଚିତ ଶବ୍ଦ, ପଦ, ବାକ୍ୟାଂଶ କିମ୍ବା ଲେଖା ବିଷୟରେ ଅଧିକ ସୂଚନା ଦିଆଯାଇଛି ଏହାର କିଛି ଉଦାହରଣ:

  • . ନାମ ବା ପଦବୀର ଅର୍ଥ: ବାଇବଲରେ ଏପରି କିଛି ନାମ ବା ପଦବୀ ରହିଛି, ଯାହା ସହଜରେ ବୁଝି ହୁଏ ନାହିଁ ତାହାକୁ ସ୍ପଷ୍ଟ କରିବା ପାଇଁ ସେହି ଶବ୍ଦର ଅର୍ଥ ପାଦଟୀକାରେ ଲେଖାଯାଇଛି ଉଦାହରଣ: (ଲୂକ. :୧୧) ଖ୍ରୀଷ୍ଟ ꜜꜜ - ମୂଳ ଭାଷା ଗ୍ରୀକ୍‌ରେଖ୍ରୀଷ୍ଟୋସ୍‌, ଅର୍ଥାତ୍‌ ଈଶ୍ୱରଙ୍କ ଅଭିଷିକ୍ତ ବା ମନୋନୀତ ବ୍ୟକ୍ତି, ଯାହାଙ୍କୁ ଈଶ୍ୱର ଏହି ଜଗତର ପରିତ୍ରାଣ ନିମନ୍ତେ ପଠାଇଲେ

  • . କଠିନ ଶବ୍ଦର ଅର୍ଥ: ଯଦିଓ ଏହି ବାଇବଲକୁ ସରଳ ଭାବରେ ଅନୁବାଦ କରାଯାଇଛି, ତଥାପି ଏପରି କିଛି ଶବ୍ଦ ରହିଛି, ଯାହାର ଅର୍ଥ ବୁଝିବା କଷ୍ଟ ହୋଇପାରେ ସେହି ଶବ୍ଦର ସରଳ ଅର୍ଥ ପାଦଟୀକାରେ ଦିଆଯାଇଛି ଉଦାହରଣ: (ଲୂକ. :୨୫) ଅନୁଗ୍ରହ* - ଯେଉଁ ଦୟା ପାଇବାକୁ ମନୁଷ୍ୟ ଯୋଗ୍ୟ ଥିଲେ ମଧ୍ୟ, ତାହାକୁ ଦୟାକରି ତାହା ଦିଆଯାଏ

  • . ମୂଳ ଶବ୍ଦ: କେତେକ ଅତି ଗୁରୁତ୍ୱପୂର୍ଣ୍ଣ ଶବ୍ଦ ବାଇବଲରେ ଅଛି, ସେହି ପଦର ମୂଳ ପଦ ହିବ୍ରୁ ବା ଗ୍ରୀକ୍ ଭାଷାରେ କଅଣ, ତାହା ପାଦଟୀକାରେ ଲେଖାଯାଇଛି ଉଦାହରଣ: (ଲୂକ. :) ଡୁବନ* - ମୂଳ ଭାଷା ଗ୍ରୀକ୍‌ରେ, “ବାପ୍ତିସ୍ମା, ଅର୍ଥାତ୍‌ ବୁଡ଼ିବା ବା ଡୁବନ ନେବା ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରଭୁ ଉଦ୍ଧାରକର୍ତ୍ତା ଭାବରେ ଗ୍ରହଣ କରିଥିବାର ଚିହ୍ନ ରୂପେ ପିତା, ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ଈଶ୍ୱରଙ୍କ ଦାସଙ୍କ ଦ୍ୱାରା ପାଣିରେ ବୁଡ଼ାଇବାକୁ ଡୁବନ କୁହାଯାଏ ଏହି ଡୁବନ ବିଷୟରେ ଅଧିକ ଜାଣିବା ପାଇଁ ଲୂକ. :୩୦ରେ ଦିଆଯାଇଥିବା ପାର୍ଶ୍ୱ ଟିପ୍ପଣୀ ଦେଖନ୍ତୁ

  • . ବାଇବଲର ସମ୍ବନ୍ଧ-ଉଲ୍ଲେଖ (ଅନ୍ୟ ପୁସ୍ତକରେ ଲେଖାହୋଇଥିବା ସମାନ ବିଷୟ ବା ଲେଖା): ବାଇବଲରେ ଥିବା ପୁସ୍ତକଗୁଡ଼ିକର କିଛି ଅଂଶ ବାଇବଲର ଅନ୍ୟ ପୁସ୍ତକରେ ମଧ୍ୟ ଲେଖାଯାଇଥିବାର ଦେଖାଯାଏ ଏହିପରି ଅଂଶ ବାଇବଲର ଅନ୍ୟ କେଉଁ ସ୍ଥାନରେ ଅଛି, ତାହାର ପଦ ପର୍ବ ପାଦଟୀକାରେ ସମ୍ବନ୍ଧ-ଉଲ୍ଲେଖ (Cross Reference) ଭାବରେ ଦିଆଯାଇଛି ଉଦାହରଣ: (ଲୂକ. :) ମନୁଷ୍ୟ କେବଳ ରୋଟୀରେ ବଞ୍ଚେ ନାହିଁ Δ - ଏହି ଅଂଶ ପୁରାତନ ନିୟମର ଦ୍ୱିତୀୟ ବିବରଣ : ପଦରେ ଲେଖାଅଛି, ତେଣୁ ପାଦଟିକାରେଦ୍ୱି.ବି. :ଭାବରେ ଲେଖାଯାଇଛି

  • . ଐତିହାସିକ ସୂଚନା: କୌଣସି ବିଷୟ ବା ଘଟଣା କେବେ ଓ କାହିଁକି ଘଟିଥିଲା, ସେବିଷୟରେ ସୂଚନା ଦିଆଯାଇଛି ଉଦାହରଣ: (ଲୂକ. ୨୨:) ନିସ୍ତାର ପର୍ବ - ମୂଳ ଭାଷା ଗ୍ରୀକ୍‌ରେପାସ୍କା, ଅର୍ଥାତ୍‌ ନିସ୍ତାର ପର୍ବ ବା ଉଦ୍ଧାରର ପର୍ବ ଇସ୍ରାଏଲ ଲୋକମାନେ ମିସର ଦେଶରେ ୪୦୦ ବର୍ଷ ଦାସ ଭାବରେ କଷ୍ଟଭୋଗ କରିବା ପରେ, ଈଶ୍ୱର ସେମାନଙ୍କୁ ଉଦ୍ଧାର କଲେ ସେହି ଉଦ୍ଧାରକୁ ମନେପକାଇ ଇସ୍ରାଏଲ ଲୋକମାନେ ଏହି ନିସ୍ତାର ପର୍ବ ପାଳନ କରନ୍ତି

  • . ମୂଳ ପୁରାତନ ଲେଖା ବା ପାଣ୍ଡୁଲିପି ବିଷୟରେ ସୂଚନା: କୌଣସି ବିଷୟ ମୂଳ ପୁରାତନ ଲେଖା ବା ପାଣ୍ଡୁଲିପିରେ କିପରି ଲେଖାଯାଇଛି, ତାହା ଉଲ୍ଲେଖ କରାଯାଇଛି ବର୍ଗ ବନ୍ଧନୀ ମଧ୍ୟରେ ଥିବା ଅଂଶ କେତେକ ପାଣ୍ଡୁଲିପିରେ ନାହିଁ, କିନ୍ତୁ କେତେକ ଅନୁବାଦରେ ଅଛି ଉଦାହରଣ: (ଲୂକ. :୫୪) [ଏଲିୟଙ୍କ ପରି] - ଆଉ, ଯାକୁବ ଯୋହନ, ଏହି ଦୁଇ ଶିଷ୍ୟ ଏହା ଦେଖି, ତାହାଙ୍କୁ କହିଲେ, “ପ୍ରଭୁ, ଯେପରି ଈଶ୍ୱର ଆକାଶରୁ ନିଆଁ ପଠାଇ ସେମାନଙ୍କୁ ଧ୍ୱଂସ କରିବେ, ଏଥିପାଇଁ ଆମ୍ଭେମାନେ [ଏଲିୟଙ୍କ ପରି] ପ୍ରାର୍ଥନା କରୁ ବୋଲି କଅଣ ଆପଣ ଚାହୁଁଅଛନ୍ତି?”

. ରୂପକ ଅର୍ଥକୁ ସ୍ପଷ୍ଟ କରାଯାଇଛି: ବାଇବଲରେ ଅନେକ ସ୍ଥାନରେ ରୂପକ ବାକ୍ୟ, ଅର୍ଥାତ୍‌କୌଣସି ବିଷୟକୁ ତୁଳନା କରି ଲେଖାଯାଇଥିବା ବାକ୍ୟ ଅଛି ସେଗୁଡ଼ିକର ଅର୍ଥକୁ ସରଳ କରି ସ୍ପଷ୍ଟ କରାଯାଇଛି ଉଦାହରଣ: (ଲୂକ. :) - ସବୁ ଖାଲ ଜାଗା ପୂର୍ଣ୍ଣ ହେବା ପରି, ସବୁ ପାହାଡ଼ ପର୍ବତ ସମତଳ କରାଯିବା ପରି, ଅଙ୍କାବଙ୍କା ରାସ୍ତା ସଳଖ କରାଯିବା ପରି ଖାଲଢିପ ରାସ୍ତା ସମାନ କରାଯିବା ପରି, ସବୁ ହୃଦୟ ପ୍ରସ୍ତୁତ ହେବ

. ରୂଢ଼ିର ଅର୍ଥକୁ ସ୍ପଷ୍ଟ କରାଯାଇଛି: ବାଇବଲରେ ଅନେକ ସ୍ଥାନରେ ରୂଢ଼ି ବାକ୍ୟ, ଅର୍ଥାତ୍‌ ଲେଖା ଯାଇଥିବା ବିଷୟଠାରୁ ପ୍ରକୃତ ଅର୍ଥ ଭିନ୍ନ ହୋଇଥିବା ବାକ୍ୟ ଅଛି ସେଗୁଡ଼ିକର ଅର୍ଥକୁ ସରଳ କରି ସ୍ପଷ୍ଟ କରାଯାଇଛି ଉଦାହରଣ: (ଲୂକ. :) - ଆଉ ଗଛକୁ କାଟିପକାଇବା ପାଇଁ ତାହା ମୂଳରେ କୁରାଢ଼ି ଲାଗି ରହିଥିବା ପରି ଏବେ ମଧ୍ୟ ଈଶ୍ୱରଙ୍କ ଦଣ୍ଡ ତୁମ୍ଭମାନଙ୍କ ପାଇଁ ଅଛି

. ଜଟିଳ ବାକ୍ୟକୁ ସରଳ କରାଯାଇଛି: ବାଇବଲରେ ଏପରି କିଛି ବାକ୍ୟ ଅଛି, ଯାହାର ଗଠନ ଲମ୍ବା, ଜଟିଳ ଓ ଅସ୍ପଷ୍ଟ ହୋଇଥିବା କାରଣରୁ ତାହା ସହଜରେ ବୁଝିବା କଷ୍ଟ ହୋଇଥାଏ ଏପରି ବାକ୍ୟଗୁଡ଼ିକୁ ସରଳ କରି ଲେଖାଯାଇଛି ଉଦାହରଣ: (ଲୂକ. :) - ପ୍ରଭୁ ଯେପରି ତୁମ୍ଭମାନଙ୍କ ହୃଦୟକୁ ଆସିବେ ସେଥିପାଇଁ ତୁମ୍ଭେମାନେ ପଥ ପ୍ରସ୍ତୁତ କର      

. ବ୍ୟକ୍ତି, ସ୍ଥାନ, ନଦୀ ଇତ୍ୟାଦିର ନାମକୁ ସ୍ପଷ୍ଟ କରାଯାଇଛି: ବାଇବଲରେ ଅନେକ ବ୍ୟକ୍ତି, ସ୍ଥାନ, ନଦୀ ଇତ୍ୟାଦିର ନାମ ଅଛି, ଯେଉଁଗୁଡ଼ିକ ବିଷୟରେ ସ୍ପଷ୍ଟ ସୂଚନା ନ ଥିଲେ ସେସବୁ ଭୁଲ ବୁଝିବାର ସମ୍ଭାବନା ଅଛି ସେଥିପାଇଁ ସେଗୁଡ଼ିକ ବିଷୟରେ ଅଧିକ ସୂଚନା ଦେଇ ସ୍ପଷ୍ଟ କରାଯାଇଛି ଉଦାହରଣ: (ଲୂକ. :) ଯର୍ଦ୍ଦନ ନଦୀ, (ଲୂକ. :୨୫) ଯିରୁଶାଲମ ନଗର, (ଲୂକ. :) ଜିଖରୀୟ ନାମକ ଜଣେ ଯାଜକ, ଇତ୍ୟାଦି

. ପଦବୀ ଗୁଡ଼ିକୁ ସ୍ପଷ୍ଟ କରାଯାଇଛି: ଯେଉଁ ସ୍ଥାନରେ କୌଣସି ବ୍ୟକ୍ତିଙ୍କର କେବଳ ପଦବୀ ଲେଖାଯାଇଛି, ଯାହାର ଅର୍ଥ ସ୍ପଷ୍ଟ ନୁହେଁ, ସେଠାରେ ସେହି ପଦବୀକୁ ତାହାର ଅର୍ଥ ସହିତ ଲେଖାଯାଇଛି ଉଦାହରଣ: (ଲୂକ. :୨୦) - ପିତର ଉତ୍ତର ଦେଲେ, “ଆପଣ ହେଉଛନ୍ତି ଈଶ୍ୱରଙ୍କ ମନୋନୀତ ବ୍ୟକ୍ତି, ଖ୍ରୀଷ୍ଟଏହା ସହିତ ଏହି ଶବ୍ଦ ବା ପଦବୀର ଅଧିକ ସୂଚନା ପାଦଟୀକାରେ ଲେଖାଯାଇଛି, ଯଥା: ମୂଳ ଭାଷା ଗ୍ରୀକ୍‌ରେଖ୍ରୀଷ୍ଟୋସ୍‌, ଅର୍ଥାତ୍‌ ଈଶ୍ୱରଙ୍କ ଅଭିଷିକ୍ତ ବା ମନୋନୀତ ବ୍ୟକ୍ତି, ଯାହାଙ୍କୁ ଈଶ୍ୱର ଏହି ଜଗତର ପରିତ୍ରାଣ ନିମନ୍ତେ ପଠାଇଲେ

. ମୁଖ୍ୟ ଶବ୍ଦଗୁଡ଼ିକର ପ୍ରକୃତ ଅର୍ଥ ଲେଖାଯାଇଛି: ବାଇବଲରେ ଏପରି କିଛି ଗୁରୁତ୍ଵପୂର୍ଣ୍ଣ ଶବ୍ଦ ରହିଛି, ଯେଉଁଗୁଡ଼ିକର ଅର୍ଥ ଭୁଲ ବୁଝିବାର ସମ୍ଭାବନା ଅଛି ସେଗୁଡ଼ିକର ପ୍ରକୃତ ଅର୍ଥ ସରଳ ଭାବରେ ପ୍ରକାଶ କରାଯାଇଛି ଉଦାହରଣ: (ଲୂକ. :୧୭) “ଧାର୍ମିକଶବ୍ଦକୁ ଏପରି ଲେଖାଯାଇଛି; ଧାର୍ମିକ, ଅର୍ଥାତ୍ ‘ଈଶ୍ୱରଙ୍କ ଦୃଷ୍ଟିରେ ଉତ୍ତମ’ ଲେଖାଯାଇଛି

. ପଦ୍ୟ ରୂପକୁ ପଦ୍ୟ ଭାବରେ ଲେଖାଯାଇଛି: ବାଇବଲର କେତେକ ଶାସ୍ତ୍ରାଂଶ ମୂଳ ଭାଷାରେ ପଦ୍ୟ ରୂପରେ ଲେଖାହୋଇଛି ସେଗୁଡ଼ିକୁ ଏହି ଅନୁବାଦରେ ପଦ୍ୟ ରୂପରେ, ଅର୍ଥାତ୍ ଗୀତର ଧାଡ଼ିଗୁଡ଼ିକ ଯେପରି ଥାଏ, ସେପରି ଭାବରେ ଲେଖାଯାଇଛି ଉଦାହରଣ: (ଲୂକ. :୪୬-୫୫) ମରୀୟମଙ୍କ ଗୀତ, (ଲୂକ. :୨୯-୩୨) ଶିମୀୟୋନଙ୍କ ଭବିଷ୍ୟତବାଣୀ, (ଲୂକ. :-) ପୁରାତନ ନିୟମର ଭବିଷ୍ୟତବାଣୀ, (ଲୂକ. ୧୧:-) ଯୀଶୁ ଶିଖାଇଥିବା ପ୍ରାର୍ଥନା, ଇତ୍ୟାଦି

. ପୁସ୍ତକର ବିଷିୟବସ୍ତୁ ତାଲିକା ଦିଆଯାଇଛି: ପ୍ରତି ପୁସ୍ତକର ଆରମ୍ଭରେ ସେହି ପୁସ୍ତକରେ ଥିବା ମୁଖ୍ୟ ବିଷୟଗୁଡ଼ିକର ତାଲିକା ଦିଆଯାଇଛି ଉଦାହରଣ: ୧. ପୁସ୍ତକର ଉଦ୍ଦେଶ୍ୟ (ଲୂକ. ୧:୧–୪),
୨. ଆଦର୍ଶ ମନୁଷ୍ୟ ଯୀଶୁଙ୍କର ମନୁଷ୍ୟମାନଙ୍କ ମଧ୍ୟରେ ପରିଚୟ (ଲୂକ. ୧:୫—୪:୧୩),  
୩. ଆଦର୍ଶ ମନୁଷ୍ୟ ଯୀଶୁଙ୍କର ମନୁଷ୍ୟମାନଙ୍କ ମଧ୍ୟରେ ସେବାକାର୍ଯ୍ୟ (ଲୂକ. ୪:୧—୯:୫୦), ଇତ୍ୟାଦି

. ଏହି ନବ ବାଇବଲ ଅନୁବାଦରେ ପାର୍ଶ୍ୱ ଟିପ୍ପଣୀରେ ଦିଆଯାଇଥିବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକର ସୂଚନା

ପାଠକ ଯେପରି ବାଇବଲକୁ ସହଜରେ ବୁଝିପାରିବେ ସେଥପାଇଁ କିଛି ସୂଚନା ସାହାଯ୍ୟ କରିଥାଏ ତେଣୁ ପାଠକଙ୍କୁ ସାହାଯ୍ୟ କରିବା ନିମନ୍ତେ ଏହି ଅନୁବାଦରେ ବିଭିନ୍ନ ବିଷୟର କିଛି କିଛି ସୂଚନା ପାର୍ଶ୍ୱ ଟିପ୍ପଣୀରେ ଦିଆଯାଇଛି ସେଗୁଡ଼ିକ ହେଉଛି:

 

  • ଭୂମି ବା ସ୍ଥାନ: ଉଦାହରଣ - ସମାଜଗୃହ (ଲୂକ. :୨୦), ବେଥାନି ଗ୍ରାମ (ଲୂକ. ୧୦:୩୮-୪୦)

  • ଇତିହାସ: ଉଦାହରଣ - ସୁନ୍ନତ ବିଧି (ଲୂକ. :୫୯), ନିସ୍ତାର ପର୍ବ (ଲୂକ. ୨୩:୧୭)

  • ବ୍ୟକ୍ତି ବା ପଦବୀ: ଉଦାହରଣ - ଡୁବକ ଯୋହନ (ଲୂକ. :), ଫାରୂଶୀ (ଲୂକ. :୧୭)

  • ବିଚାର ଚିନ୍ତାଧାରା: ଉଦାହରଣ - ଡୁବନ (ଲୂକ. :୩୦), ପରିତ୍ରାଣ (ଲୂକ. ୧୮:୨୬)

  • ଜିନିଷପତ୍ର: ଉଦାହରଣ - ଦ୍ରାକ୍ଷାରସ (ଲୂକ. :୧୫), କ୍ରୁଶ (ଲୂକ. :୨୩)

  • ଜୀବଜନ୍ତୁ ଗଛଲତା: ଉଦାହରଣ - ଜୀତ ତେଲ (ଲୂକ. ୧୬:), ମେଣ୍ଢା ବା ମେଷ (ଲୂକ. ୧୫:-)

 

ଅନ୍ୟାନ୍ୟ ଆବଶକୀୟ ସୂଚନା ପୁସ୍ତକର ଶେଷ ଭାଗରେ ଦିଆଯାଇଛି, ଯଥା: ଚିତ୍ର ସୂଚୀ, ପାର୍ଶ୍ୱଟୀକା ସୂଚୀ, ଓଜନ ମାପ, ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ଲୂକ ସୁସମାଚାରରେ ସଫଳ ହୋଇଥିବା ଭବିଷ୍ୟତବାଣୀ, ଲୂକ ସୁସମାଚାରରେ ଯୀଶୁ ନିଜ ବିଷୟରେ କରିଥିବା ଭବିଷ୍ୟତବାଣୀ ସେଗୁଡ଼ିକର ସଫଳ, ମୁଖ୍ୟ ଶବ୍ଦଗୁଡ଼ିକର ତାଲିକା, ବାଇବଲ ସମୟରେ ଇସ୍ରାଏଲର ମାନଚିତ୍ର, ଇତ୍ୟାଦି

  

 

 

ଅନ୍ୟକୁ ପଠାନ୍ତୁ