ଦର୍ଶନ:
ସରଳ ଓ ଅର୍ଥପୂର୍ଣ୍ଣ ନବ ଓଡ଼ିଆ ବାଇବଲ ଦ୍ଵାରା ଲକ୍ଷ ଲକ୍ଷ ଓଡ଼ିଆ ଭାଷାବାଦୀଙ୍କର ମୁକ୍ତି ଓ ଜୀବନ ପରିବର୍ତ୍ତନ
କାର୍ଯ୍ୟ:
ଈଶ୍ଵରଙ୍କ ଜୀବନ୍ତ ବାକ୍ୟ (ବାଇବଲ)କୁ ସଠିକ ଓ ସ୍ପଷ୍ଟ ଭାବରେ, ପ୍ରଚଳିତ ସରଳ ଓଡ଼ିଆ ଭାଷାରେ ଅନୁବାଦ କରିବା, ଯେପରି ତାହା ପାଠ କରି ବା ଶୁଣି, ଏପରିକି ବିଶେଷ ପାଠ ପଢ଼ି ନ ଥିବା
, ସୁସମାଚାର ଶୁଣି ନ ଥିବା କିମ୍ବା ଖ୍ରୀଷ୍ଟ ବିଶ୍ଵାସୀମାନଙ୍କ ସହଭାଗିତାକୁ ଯାଇ ନ ଥିବା ଲୋକମାନେ ମଧ୍ୟ ବୁଝି ପାରିବେ।
ଘୋଷଣା:
ଆମ୍ଭେମାନେ ସ୍ୱୀକାର କରୁଅଛୁ ଯେ, କୌଣସି ବାଇବଲ ଅନୁବାଦ ନିର୍ଭୁଲ କିମ୍ବା ଅନ୍ତିମ ନୁହେଁ; କିନ୍ତୁ, ଆମ୍ଭେମାନେ ଜାଣୁ ଯେ, ଈଶ୍ୱର ନିଜର ସମ୍ମାନ ଓ ଗୌରବ ନିମନ୍ତେ ଏପରି ବିଷୟଗୁଡ଼ିକୁ ମଧ୍ୟ ବ୍ୟବହାର କରିଥାଆନ୍ତି, ଯେଉଁଗୁଡ଼ିକ ଦୁବର୍ଳ ଅଟେ ଓ ସିଦ୍ଧ ନୁେହଁ। ଏଠାରେ ଆମ୍ଭେମାନେ କହିରଖୁଅଛୁ ଯେ, ଓଡ଼ିଆ ଭାଷାର ପରିବର୍ତ୍ତନ ଘଟୁଥିବା ବିଷୟଗୁଡ଼ିକ ଅନୁସାରେ, ଅନୁବାଦ କରାଯାଇଥିବା ଶାସ୍ତ୍ରାଂଶଗୁଡ଼ିକୁ ଆବଶ୍ୟକ ଅନୁସାରେ ସଂଶୋଧନ କରି ଉତ୍ତମମାନର ଅନୁବାଦ କରିବାକୁ ନବ ବାଇବଲ ଅନୁବାଦ ଦଳ ସବର୍ଦା ଚେଷ୍ଟା କରୁଅଛି। ଅନୁବାଦକ, ଅନୁବାଦ ପରାମଶର୍ଦାତା, ଲେଖା ପାଠକ ବା ସମୀକ୍ଷକ ଇତ୍ୟାଦି ବ୍ୟକ୍ତିବିଶଷଙ୍କ ନାମ TILL-NOBO କାର୍ଯ୍ୟାଳୟର ଅଭିେଲଖାଗାରରେ ଉପଲବ୍ଧ ଅଟେ।
ନବ ଲୂକ ସୁସମାଚାର “ଆଦର୍ଶ ମନୁଷ୍ୟ” ପ୍ରକାଶ ପାଇଅଛି
Verse of the day
ଖ୍ରୀଷ୍ଟ ଯୀଶୁଙ୍କୁ ତୁମ୍ଭେମାନେ ଯେପରି ନିଜର ପ୍ରଭୁ ବୋଲି ଗ୍ରହଣ କରିଅଛ, ସେଅନୁସାରେ ତାହାଙ୍କ ସହିତ ଘନିଷ୍ଠ ସମ୍ପର୍କ ରଖି ଜୀବନ କାଟ। ତୁମ୍ଭମାନଙ୍କର ଜୀବନ ରୂପ ଗଛର ଚେର ଖ୍ରୀଷ୍ଟଙ୍କ ସହଭାଗିତାରେ ଗଭୀରକୁ ଯାଉ ଓ ତୁମ୍ଭେମାନେ ତୁମ୍ଭମାନଙ୍କର ଜୀବନ ଖ୍ରୀଷ୍ଟଙ୍କ ଶିକ୍ଷା ଅନୁସାରେ ଗଢ଼। ଏହାଦ୍ୱାରା, ତୁମ୍ଭମାନଙ୍କୁ ଯେଉଁ ସତ୍ୟ ବାକ୍ୟର ଶିକ୍ଷା ଦିଆଯାଇଛି, ସେହି ସତ୍ୟ ବାକ୍ୟରେ ତୁମ୍ଭମାନଙ୍କର ବିଶ୍ୱାସ ଦୃଢ଼ ଭାବରେ ବୃଦ୍ଧି ପାଇବ ଓ ତୁମ୍ଭେମାନେ ସବୁବେଳେ ଈଶ୍ୱରଙ୍କୁ ଧନ୍ୟବାଦ ଦେବା ପାଇଁ ଉଛୁଳିଉଠିବ।
କଲସୀୟଙ୍କ ପ୍ରତି ପତ୍ର 2:6