
ଦର୍ଶନ:
ସରଳ ଓ ଅର୍ଥପୂର୍ଣ୍ଣ ନବ ଓଡ଼ିଆ ବାଇବଲ ଦ୍ଵାରା ଲକ୍ଷ ଲକ୍ଷ ଓଡ଼ିଆ ଭାଷାବାଦୀଙ୍କର ମୁକ୍ତି ଓ ଜୀବନ ପରିବର୍ତ୍ତନ
କାର୍ଯ୍ୟ:
ଈଶ୍ଵରଙ୍କ ଜୀବନ୍ତ ବାକ୍ୟ (ବାଇବଲ)କୁ ସଠିକ ଓ ସ୍ପଷ୍ଟ ଭାବରେ, ପ୍ରଚଳିତ ସରଳ ଓଡ଼ିଆ ଭାଷାରେ ଅନୁବାଦ କରିବା, ଯେପରି ତାହା ପାଠ କରି ବା ଶୁଣି, ଏପରିକି ବିଶେଷ ପାଠ ପଢ଼ି ନ ଥିବା
, ସୁସମାଚାର ଶୁଣି ନ ଥିବା କିମ୍ବା ଖ୍ରୀଷ୍ଟ ବିଶ୍ଵାସୀମାନଙ୍କ ସହଭାଗିତାକୁ ଯାଇ ନ ଥିବା ଲୋକମାନେ ମଧ୍ୟ ବୁଝି ପାରିବେ।
ଘୋଷଣା:
ଆମ୍ଭେମାନେ ସ୍ୱୀକାର କରୁଅଛୁ ଯେ, କୌଣସି ବାଇବଲ ଅନୁବାଦ ନିର୍ଭୁଲ କିମ୍ବା ଅନ୍ତିମ ନୁହେଁ; କିନ୍ତୁ, ଆମ୍ଭେମାନେ ଜାଣୁ ଯେ, ଈଶ୍ୱର ନିଜର ସମ୍ମାନ ଓ ଗୌରବ ନିମନ୍ତେ ଏପରି ବିଷୟଗୁଡ଼ିକୁ ମଧ୍ୟ ବ୍ୟବହାର କରିଥାଆନ୍ତି, ଯେଉଁଗୁଡ଼ିକ ଦୁବର୍ଳ ଅଟେ ଓ ସିଦ୍ଧ ନୁେହଁ। ଏଠାରେ ଆମ୍ଭେମାନେ କହିରଖୁଅଛୁ ଯେ, ଓଡ଼ିଆ ଭାଷାର ପରିବର୍ତ୍ତନ ଘଟୁଥିବା ବିଷୟଗୁଡ଼ିକ ଅନୁସାରେ, ଅନୁବାଦ କରାଯାଇଥିବା ଶାସ୍ତ୍ରାଂଶଗୁଡ଼ିକୁ ଆବଶ୍ୟକ ଅନୁସାରେ ସଂଶୋଧନ କରି ଉତ୍ତମମାନର ଅନୁବାଦ କରିବାକୁ ନବ ବାଇବଲ ଅନୁବାଦ ଦଳ ସବର୍ଦା ଚେଷ୍ଟା କରୁଅଛି। ଅନୁବାଦକ, ଅନୁବାଦ ପରାମଶର୍ଦାତା, ଲେଖା ପାଠକ ବା ସମୀକ୍ଷକ ଇତ୍ୟାଦି ବ୍ୟକ୍ତିବିଶଷଙ୍କ ନାମ TILL-NOBO କାର୍ଯ୍ୟାଳୟର ଅଭିେଲଖାଗାରରେ ଉପଲବ୍ଧ ଅଟେ।
ନବ ଲୂକ ସୁସମାଚାର “ଆଦର୍ଶ ମନୁଷ୍ୟ” ପ୍ରକାଶ ପାଇଅଛି
Verse of the day
ସବୁ ବିଷୟ ଉପରେ ତୁମ୍ଭେମାନେ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟ ଜାଣିରଖ ଯେ, ପବିତ୍ର ଶାସ୍ତ୍ରରେ ଲେଖାଯାଇଥିବା କୌଣସି ଭାବବାଣୀ ଭାବବାଦୀଙ୍କର ନିଜ କଳ୍ପନାରୁ ଆସି ନ ଥାଏ। କାରଣ, କେବେ ମଧ୍ୟ କୌଣସି ଭାବବାଣୀ ମନୁଷ୍ୟର ଇଛାରୁ ହୋଇ ନାହିଁ, କିନ୍ତୁ ଯେଉଁ ଭାବବାଦୀମାନେ ଭାବବାଣୀ କହିଲେ, ସେମାନେ ମନୁଷ୍ୟ ହେଲେ ହେଁ ପବିତ୍ର ଆତ୍ମାଙ୍କ ଦ୍ୱାରା ପରିଚାଳିତ ହୋଇ ଈଶ୍ୱରଙ୍କଠାରୁ ଆସିଥିବା ସମ୍ବାଦ କହିଲେ।
ପିତରଙ୍କ ଦ୍ୱିତୀୟ ପତ୍ର 1:20